ଆରୋହଣ ଟ୍ରଷ୍ଟ ଓ ଶହୀଦ ଭଗତ ସିଂହ ଯୁବ ପରିଷଦ ପକ୍ଷରୁ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର

ଭୁବନେଶ୍ୱର,୪/୮ : ଭୁବନେଶ୍ୱରରେ ଜୟଦେବ ବିହାର ୱାର୍ଡ ନଂ ୨୭ ରେ ଆରୋହଣ ଟ୍ରଷ୍ଟ ଓ ଶହୀଦ ଭଗତ ସିଂହ ଯୁବ ପରିଷଦଙ୍କ ମିଳିତ ଉଦ୍ୟମରେ ଏକ ନିଶୁଳ୍କ ଦନ୍ତ ଚିକିତ୍ସା ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ଶିବିରରେ ସ୍ଥାନୀୟ ବାସିନ୍ଦାମାନେ ବୃହତ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଶିବିରକୁ ବହୁ ଗଣମନ୍ୟ ବ୍ୟକ୍ତି ଉଦ୍ଘାଟନ କରିଥିଲେ ଜିଲ୍ଲା ବିଜେପି ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଓ ପ୍ରଫେସର (ଡ଼.) ସୁଚେତା ପ୍ରିୟବାଦିନୀ ସମସ୍ତ ଅତିଥିମାନେ ଏହି ସୁନ୍ଦର ଉଦ୍ୟମକୁ ସ୍ଥାନୀୟ ମାନବ ସେବା ଓ ସ୍ୱାସ୍ଥ୍ୟ ଜାଗ୍ରୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିବ୍ୟକ୍ତ କରିଥିଲେ।

ଏହି ଅବସରରେ ଆରୋହଣ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସ୍ୱପ୍ନେନ୍ଦୁ ମହାନ୍ତି କହିଛନ୍ତି “ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ଆମେ ଆରୋହଣ ଟ୍ରଷ୍ଟ ମାଧ୍ୟମରେ ଏହି ସେବାକୁ ଲୋକଙ୍କ ଦ୍ୱାରକୁ ନେଇଯିବା ପାଇଁ ଉଦ୍ୟମ କରୁଛୁ। ଏହି ଦନ୍ତ ଶିବିର ହେଉଛି ଆଗାମୀ ପିଢ଼ି ପାଇଁ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ପ୍ରବନ୍ଧନର ଏକ ଛୋଟ ଚେଷ୍ଟା। । ମୁଁ ଶହୀଦ ଭଗତ ସିଂହ ଯୁବ ପରିଷଦର ସଦସ୍ୟମାନଙ୍କ ସହଯୋଗ, ନିଷ୍ଠା ଓ ସ୍ୱେଚ୍ଛାସେବା ଭାବକୁ ଅତ୍ୟନ୍ତ ସ୍ନେହ ଓ ସମ୍ମାନର ସହିତ ସ୍ବାଗତ କରୁଛି।” ଏହି ଦନ୍ତ ଶିବିରରେ ପ୍ରାୟ ୧୩୫ ଜଣ ରୋଗୀ ନି:ଶୁଳ୍କ ଚିକିତ୍ସା, ଦନ୍ତ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରାଥମିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇଥିଲେ। ଚିକିତ୍ସା ଦଳରେ ଡକ୍ଟର ସ୍ଵାତୀ ମହାନ୍ତି, ଦନ୍ତ ଚିକିତ୍ସକ ସ୍ୱେଚ୍ଛାରେ ଅଂଶଗ୍ରହଣ କରି ସେବା ପ୍ରଦାନ କରିଥିଲେ। ଏହି ଶିବିରର ସଫଳତା ପଛରେ ଥିଲା ଶହୀଦ ଭଗତ ସିଂହ ଯୁବ ପରିଷଦର ସଦସ୍ୟମାନଙ୍କ ଏକତାବଦ୍ଧ ଉଦ୍ୟମ, ସଚେତନତା ଓ ଶ୍ରମ, ଯାହାକି ସେମାନଙ୍କର ଜନସେବା ଓ ଉଦ୍ୟମଶୀଳତାକୁ ସ୍ପଷ୍ଟ ଭାବରେ ପ୍ରକାଶ କରେ।‌ ଏହି ଉଦ୍ୟମ ଦନ୍ତ ସ୍ୱାସ୍ଥ୍ୟ ପ୍ରତି ଜଣସାଧାରଣଙ୍କ ଜ୍ଞାନ ବୃଦ୍ଧି ଓ ନିୟମିତ ଚିକିତ୍ସା ଆବଶ୍ୟକତାକୁ ପ୍ରଚାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।