ଓଡ଼ିଶାରେ ମାଗଣାରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର, ୧୭/୧୨ : ଓଡ଼ିଶାରେ ଦିଆଯିବ ମାଗଣା କରୋନା ଟୀକା । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ମାଗଣାରେ ମିଳିବ। ସେହିପରି ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶର ତିରିଶ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ର ଯୋଜନା ପ୍ରସ୍ତୁତ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଯିବା ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ‌ଦେଖାଦେଇଛି। ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ନେଇ ଆଶା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।