ଅଗଣାରେ ପୂଜା ପାଉଥିବା ତୁଳସୀ ଗଛରୁ ମିଳିଥାଏ ଏହିସବୁ ସଂକେତ

0

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ ହେଉଛି ତୁଳସୀ । ସେଥିପାଇଁ ପ୍ରତି ଘରର ଅଗଣାରେ ପବିତ୍ର ତୁଳସୀ ଗଛ ଶୋଭା ପାଇଥାଏ । ଘରେ ପୂଜା ପାଉଥିବା ତୁଳସୀ ଗଛ ଆମକୁ ଅନେକ ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ଦେଉଥିବା ବିଭିନ୍ନ ସଂକେତର ଅର୍ଥ ।

କୁହାଯାଏ କି ତୁଳସୀ ଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଏହି ଗଛ ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଏଥିପାଇଁ କୁହାଯାଏ, ଯେଉଁ ଗୃହରେ ତୁଳସୀ ଗଛ ରହିଛି। ସେହି ଘରେ ଅର୍ଥ ଅନଟନ ଓ ଦରିଦ୍ରତା ପାଖ ମାଡ଼େ ନାହିଁ। ଏହା ବ୍ୟତୀତ ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଆର୍ଥିକ ସମସ୍ୟା ଥାଏ ତାହେଲେ ତୁଳସୀ ଗଛ ଅନେକ ସଂକେତ ଦେଇଥାଏ । ଯେଉଁ ଗୃହରେ ତୁଳସୀ ଗଛ ଥାଏ ସେହି ପରିବାର ସଦସ୍ୟଙ୍କୁ କୌଣସି ରୋଗ ଜନିତ ସମସ୍ୟା ହୋଇ ନଥାଏ। ତେବେ ଏହି ପବିତ୍ର ଗଛର ଆଉ ଗୋଟେ ଭଲ ଲକ୍ଷଣ ରହିଛି ଯାହା ସମସ୍ତଙ୍କୁ ଜଣା ନଥାଏ। ଯଦି ପରିବାର ଉପରକୁ କିଛି ସଂଙ୍କଟ ମାଡ଼ି ଆସୁଛି, ତେବେ ଘରେ ଅଗଣାରେ ଥିବା ତୁଳସୀ ଗଛ ସମସ୍ତ ବିପଦକୁ ଏଡ଼େଇ ଦେଇଥାଏ। ବିପଦରୁ ଟଳିବା ପାଇଁ ତୁଳସୀ ଗଛ ପୂଜା କରିବା ଆବଶ୍ୟକ ବୋଲି କିଛି ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଏହା କରିବା ଦ୍ବାରା ବିପଦ ମୁଣ୍ଡ ଉପରୁ ଟଳି ଯାଇଥାଏ।

ଯଦି ଘର ଅଗଣାରେ ଥିବା ତୁଳସୀ ଗଛର ପତ୍ର ଯଦି ଅଚନାକ ଶୁଖିଯାଏ। ତେବେ ଆପଣଙ୍କ ପରିବାର ଉପରକୁ କିଛି ବିପଦ ଆସୁଛି ବୋଲି ନିଶ୍ଚିତ ହୋଇଯାଆନ୍ତୁ। ଏହି ବିପଦରୁ ମୁକ୍ତି ପାଇବା ପାଇଁ ସର୍ବପ୍ରଥମେ ଆପଣଙ୍କ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୃହରେ ଥିବା ତୁଳସୀ ଗଛ ମଧ୍ୟ ପୂଜା କରନ୍ତୁ। ଏହା କରିବା ଦ୍ବାରା ଆପଣ ପରିବାର ଉପରକୁ ଆସୁଥିବା ବିପଦ ବାଟ ଭାଙ୍ଗି ଯିବ। ତେବେ ଘର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାନ୍ତୁ। ଏହା କରିବା ଦ୍ବାରା ଘରର ବାସ୍ତୁ ସମସ୍ୟା ଦୂର ହେବା ସହ ଘରର ଆର୍ଥିକ ସମସ୍ୟାରେ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ତୁଳସୀ ଗଛ ପୂଜା କରନ୍ତି। ତେବେ ଆପଣ ସୁଖ ସମୃଦ୍ଧିରେ ଜୀବନଯାପନ କରିବା ସହ ଘର ଉପରକୁ ଆସୁଥିବା ବଡ଼ ବଡ଼ ସମସ୍ୟା ଦୂରେଇ ଯାଇଥାଏ।

SBI AD
Leave A Reply

Your email address will not be published.