ଚଳିତ ବର୍ଷ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ

ପୁରୀ: ସ୍ନାନବେଦିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତି ଚଳିତ ବର୍ଷ ବି ଦେଖିବାକୁ ମିଳିବନି । ଗଜପତିଙ୍କ ଭୁବନେଶ୍ୱର ବାସଭବନରେ ତିନି ଜଣ ସହାୟକ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ସ୍ନାନବେଦିରେ ଗଜପତିଙ୍କ ପ୍ରତିନିଧି ରୂପେ ମୁଦିରସ୍ତ ସେବକ ଛେରା ପହଁରା ନୀତି କରିବେ । ସକାଳ ସାଢ଼େ ୧୦ଟାରେ ସ୍ନାନବେଦିରେ ଛେରା ପହଁରା ନୀତି ସମ୍ପନ୍ନ କରିବାକୁନୀତି ନିର୍ଘଣ୍ଟ ହୋଇଛି । କୋଭିଡ୍‌ କଟକଣା ପରିପ୍ରେକ୍ଷୀରେ ୨୦୨୦ ଭଳି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚଳିତ ବର୍ଷ ସ୍ନାନବେଦିରେ ଛେରାପହଁରା ନୀତି କରିବେ ନାହିଁ ।

ସୂଚନା ମିଳିଛି ତାଙ୍କର ତିନି ଜଣ ସହାୟକ କୋଭିଡ୍‌ ସଂକ୍ରମଣର ଶିକାର ହୋଇଛନ୍ତି । ସେବକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗଜପତି ମହାରାଜା ଛେରା ପହଁରା ଭଳି ଗଣ ବିଧିରେ ଭାଗ ନେବେ ନାହିଁ । ତାଙ୍କର ପ୍ରତିନିଧି ୧୮ ବର୍ଷ ବୟସ୍କ ନାରାୟଣ ମୁଦିରସ୍ତ ସେବକ ସ୍ନାନବେଦିରେ ଛେରା ପହଁରା କରିବେ ।