କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କରୋନା ସଂକ୍ରମିତ

ନୂଆଦିଲ୍ଲୀ, ୨୦/୮ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶରେ ଅନେକ ଭିଭିଆଇପି ଏହି କରୋନା ଭୂତାଣୁ କବଳରେ ଆସି ସାରିଛନ୍ତି | ପୂର୍ବରୁ ମୋଦୀ ସରକାରଙ୍କ ୫ଜଣ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ହୋଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

ଗଜେନ୍ଦ୍ର ସିଂ ଶେଖାୱତ୍ ଟୁଇଟ କରି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି | ସେ କହିଛନ୍ତି, ‘ଅସୁସ୍ଥତାର କିଛି ଲକ୍ଷଣ ଦେଖି ମୁଁ ମୋର ସ୍ୱାବ ନମୁନା ପରୀକ୍ଷା କରାଇଥିଲି ଏବଂ ଏବେ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ଅତୀତରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ନିଜକୁ ଆଇସୋଲେଟ କରନ୍ତୁ ଏବଂ ନିଜର କରୋନା ପରୀକ୍ଷା ଶେଷ କରନ୍ତୁ | ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ |