ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

ମହାକାଳପଡ଼ା,୩ /୧୦ : ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧିନ ଉତ୍ତର ଜମ୍ବୁ ପ୍ରୋଜେକ୍ଟ ପ୍ରାଇମେରୀ ଓ ରମଣୀ ମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିନରେ ଗାନ୍ଧୀ ପ୍ରତିମୂର୍ତି ସ୍ଥାପନ ଓ ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ରମଣୀ ମୋହନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ରାଉତଙ୍କ ସଭାପତିତ୍ୱ ରେ ନରେନ୍ଦ୍ର ନାଥ କ୍ଲଷ୍ଟରର ସି ଆର ସିସି ସୁବାଷ ଚନ୍ଦ୍ର ମାହାଳୀଙ୍କ ସଂଯୋଜନାରେ ଗାନ୍ଧୀଙ୍କ ନୀତି ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଜୟ ପରିଡା ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ଘୋଡାଇ, ଡିଆର୍ ପି ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେରମ୍ବ ନାରାୟଣ ଦାସ, ମଣି ଭୂଷଣ ଦାସ, ପ୍ରଭାନଶୁ ଶେଖର ମଣ୍ଡଳ, ପୂର୍ବତନ ସିଆର ସି ସି ଶିଶିର କୁମାର ଦାସ ,ଉଜ୍ଜଳ ମଣ୍ଡଳ, ପ୍ରମୁଖ ଶିକ୍ଷାବିତ ମାନେ ଉପସ୍ଥିତ ହୋଇ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଗାନ୍ଧୀଙ୍କ ପ୍ରତିମୂର୍ତି ଉନ୍ମୋଚନ ମାଲ୍ୟାର୍ପଣ ଉତ୍ତରୀୟ ବସ୍ତ୍ର ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ନୃତ୍ୟ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଖାତା ,କଲମ ,ପୁଷ୍ପଗୁଛ, ଉତ୍ତରୀୟ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଉତ୍ସବକୁ ବିଦ୍ୟାଳୟ ଶିକ୍ଷକ ,କାର୍ତିକ ଚନ୍ଦ୍ର ମଣ୍ଡଳ, ବଳରାମ ମଣ୍ଡଳ ,ଜୟଦେବ ମଣ୍ଡଳ, କୁନାଲ ମୁର୍ମୁ, ପୂର୍ଣ୍ଣଚନ୍ଦ୍ର ହଂସଦା, ଶିକ୍ଷୟତ୍ରୀ ଜୟଶ୍ରୀ ସାମଲ, ଶ୍ରଦ୍ଧାଞ୍ଜଳି ଭଟ ପ୍ରମୁଖ ଓ ପୂର୍ବତନ ଛାତ୍ରମାନେ ପରିଚାଳନା କରିଥିଲେ ଏହି ଉତ୍ସବରେ ସ୍ଥାନୀୟ ବହୁ ମାନ୍ୟ ଗୁଣ୍ୟ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ବିଶେଷ କରି ସରକାରଙ୍କ “ମୋ ବିଦ୍ୟାଳୟ” ଆହ୍ୱାନ କୁ ସାକାର କରିବା ପାଇଁ ସ୍ଥାନୀୟ ଅବସରପ୍ରାପ୍ତ ସେନା ବିଶ୍ୱଜିତ ବସୁ ଓ ବିଶିଷ୍ଟ ସମାଜସେବୀ ପଞ୍ଚାନନ ବାରିକ ସହାର୍ଯ୍ୟର ହାତ ବଢ଼ାଇ ବିଦ୍ୟାଳୟକୁ ସବୁଜସୁନ୍ଦର ଓ ସୁଦୃଢ଼ୀ କରଣ ପାଇଁ ସହାୟତା ରାଶି ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ।