ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ଆଜି ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନର ଶତବାର୍ଷିକ ପାଳନ ସଂପର୍କିତ ନିଷ୍ପତ୍ତି ନିଆଯାଇଛି । ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧୀଜୀ ପ୍ରଥମ ଥର ଓଡ଼ିଶା ଆସି କାଠଯୋଡ଼ି ନଦୀ ବାଲିରେ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ। ଏହାପରେ ୧୯୪୬ ମଧ୍ୟରେ ସେ ଆଉ ୭ ଥର ଓଡ଼ିଶା ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲକ୍ଷରେ ୨୦୨୧ ମାର୍ଚ୍ଚ ୨୩ଠାରୁ ଏକ ବର୍ଷ ଲାଗି ସାରା ରାଜ୍ୟରେ ଉତ୍ସବ ପାଳନ ଲାଗି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।