ଗଞ୍ଜାମ, ୫/୧୦ : ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ । ଗଞ୍ଜାମ ଜିଲ୍ଲା କବି କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଫାଣ୍ଡି ନିକଟରେ ପୋଲିସ ଗାଡି ଯାଞ୍ଚ ବେଳେ ଏକ ଆମ୍ବୁଲାନ୍ସ ଲେଖା ଗାଡ଼ିରୁ ପିପିଇ କିଟ୍ ଘୋଡା ଯାଇଥିବା ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ ପୋଲିସ ହାତରେ ଧରାପଡ଼ିଛନ୍ତି l
ଆମ୍ବୁଲାନ୍ସରେ ୧୪ ବସ୍ତା ଗଞ୍ଜେଇ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଏହା ଏକ ନକଲି ଆମ୍ବୁଲାନ୍ସ ଓ ଏଥିରେ ଲାଗିଥିବା ନମ୍ବରଟି ମଧ୍ୟ ନକଲି ବୋଲି ଜଣାପଡିଛି। ଗଞ୍ଜେଇ ଭର୍ତ୍ତି ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଯାଉଥିବା ଚାଳକ ଜଣକ କହିଛନ୍ତି। ପ୍ରଥମେ ଏଥିରେ ଗଞ୍ଜେଇ ଥିବାନେଇ ପ୍ରଚାରିତ ହେବା ପରେ ବହୁ ଲୋକଙ୍କ ଭିଡ ଜମି ଯାଇଥିଲା। ପୁଲିସ ଆମ୍ବୁଲାନ୍ସ ଚାଳକ ସମେତ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।