ଖୋର୍ଦ୍ଧା, ୨୫/୮ : ବେଗୁନିଆ ପୁଲିସ ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଓ ନଗଦ ଟଙ୍କା ଜବତ ସହ ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ନିକଟରୁ ଏହି ୨୨ କେଜି ୨୭୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହାସହିତ ଶୁଭେନ୍ଦୁ କୁମାର ସ୍ୱାଇଁ(ବୁଲୁ) ନାମକ ଜଣେ ଚୋରା ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି ।
ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଏବଂ ଅବକାରୀ ବିଭାଗର କର୍ମଚାରୀ ମିଳିତ ଭାବେ ଧଳାପଥର ଗ୍ରାମର ଶୁଭେନ୍ଦୁଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ୨୨ କେଜି ଗଞ୍ଜେଇ ସହିତ ନଗଦ ୨୭ ହଜାର ୨୦୦ଟଙ୍କା ଜବତ କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ଦୁଇଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ଚାଲାଣ କରାଯାଇଛି ।