କନ୍ଧମାଳ, ୧୬/୯ : ରାଜ୍ୟରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ପୋଲିସ ମଧ୍ୟ ଅନେକ ସମୟରେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏଭିତରେ କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୧୦୩ କେଜିର ଗଞ୍ଜେଇ ଜବତ କରିଛି ପୋଲିସ।
କେ ନୂଆଗାଁ ପୋଲିସ ଏହି ଗଞ୍ଜେଇ ଜବତ କରିଛି । କାର୍ରେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ କାର୍ରୁ ଗଞ୍ଜେଇ ଜବତ କରିଥିଲା । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ପରିମାଣ ୧୦୩ କେଜି ହେବ ବୋଲି ଜଣା ପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣା ପଡିଛି ।