ଖଲ୍ଲିକୋଟ୍: ଘର ଭିତରେ ବିସ୍ପୋରଣ। ଫଳରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ଆଜି ବିସ୍ଫୋରଣ ଘଟିଥିଲା। ବିସ୍ପୋରଣରେ ଦଣ୍ଡପାଣିଙ୍କ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କୋଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବାଣ କିମ୍ବା ବମ୍ ଘରେ ଗଚ୍ଛିତ ଥିବା ଆଲୋଚନା ହେଉଛି। ଖବର ପାଇ ପୁରୁଷୋତ୍ତମପୁର ଏସଡିପିଓ ଏବଂ କୋଦଳା ଥାନା ପୋଲିସ ପହଞ୍ଚି ଛାନଭିନ କରୁଛି ।