ଆର. ଉଦୟଗିରି ଅଞ୍ଚଳରୁ ୧୩୦ କେ.ଜି. ଗଞ୍ଜେଇ ଜବତ, ୩ ଗିରଫ

ମୋହନା, ୨୪/୯ : ଗଜପତି ଜିଲ୍ଲାରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଓଜନ ୧୩୦ କେ.ଜି. ହୋଇଥିବା ବେଳେ ଏହି ମାମଲାରେ ୩ଜଣକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଆର. ଉଦୟଗିରି ଥାନା ଜମୁସାହି ଗାଁରୁ ଜଣେ ବ୍ୟକ୍ତିଙ୍କୁ ଘରୁ ଏହି ଗଞ୍ଜେଇ ଜବତ କରାଯାଇଛି । ସେହି ଗାଁରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।