କେନ୍ଦ୍ରାପଡା,୨୭ /୬ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ତହସିଲ ଅଣଜଳସେଚିତ ଅଂଚଳ ହୋଇଥିବାରୁ ସ୍ୱାଭାବିକ ମୌସୁମୀକୁ ଭରଷା କରି ଧୋୟା ଅଂଚଳର ଚାଷୀ ଖରିଫ ଚାଷ କରିଥାଏ l ମାତ୍ର ମୌସୁମୀ ଅସ୍ୱାଭାବିକ ରହିଲେ ଖରିଫ ଚାଷରେ ମରୁଡିର ଆଶଙ୍କା ରହିଛି l କୃଷି ଓ କୃଷକର ଉନ୍ନତିର ନାରା ଦେଉଥିବା ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ତରଫରୁ ଗରଦପୁର ତହସିଲ ଅଧୀନ ଚାଷୀଙ୍କ ଖରିଫ ଧାନ ଚାଷ ନିଶ୍ଚିତ କରିବା ନେଇ କେନାଲ କାର୍ଯ୍ୟ ଆରମ୍ଭ ହୋଇଛି l ପ୍ରସ୍ତାବିତ୧୬ କିଲୋମିଟର କେନାଲ ପାଇଁ ଜମି ଅଧିଗ୍ରହଣ ପରେ କେନାଲ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା l ୨୦୦୦ ମସିହାରୁ ସୁଦୀର୍ଘ ୧୬ କିଲୋମିଟର କେନାଲ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା ହେଁ ଜନସାଧାରଣଙ୍କ ଅସହଯୋଗରୁ ଏଯାବତ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିନି l

ଜମିହରାଉଥିବା ଚାଷୀଙ୍କୁ ଖନନର ଅବ୍ୟହିତ ପୂର୍ବରୁ କ୍ଷତି ପୂରଣ ମିଳିଥିଲେ ମଧ୍ୟ ଖଳ ପ୍ରକୃତିର ଜମି ମାଲିକ ମାନେ କେନାଲ ଖନନରେ ବାଧା ସୃଷ୍ଟି କରୁଛନ୍ତି l ଚାଷୀ ଉନ୍ନତି କରଣ କାର୍ଯ୍ୟକୁ ବିରୋଧ କରୁ ଥିବା ଜମି ମାଲିକମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ପ୍ରତିବାଦ କରି ଅଂଚଳର ବୁଦ୍ଧିଜୀବୀମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ l ଏପରିକି ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ ଓ ସ୍ଥାନୀୟ ପୂର୍ବତନ ତହସିଲଦାରକୁ କେନାଲ ଖନନ ନେଇ ଅଭିଯୋଗ କରିମଧ୍ୟ ସୁଫଳ ପାଇନଥିଲେ l କିନ୍ତୁ ବର୍ତ୍ତମାନ ତହସିଲଦାର ଅଶୋକ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ତହସିଲଦାର ଶ୍ରୀଯୁକ୍ତ ବେହେରା ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନାଲ କାର୍ଯ୍ୟ ପ୍ରତିହତ କାରିମାନଙ୍କୁ ଭେଟି ଆଲୋଚନା କରିଛନ୍ତି l ଯାହାକି କେନାଲ ଖନନ କାର୍ଯ୍ୟ ଅଗ୍ରଗତିର ବାଟ ଫିଟିଥିବାର ଜଣାପଡିଛି l ଜିଲ୍ଲାପାଳ ଶ୍ରୀଯୁକ୍ତ ଋତୁରାଜଓ ତହସିଲଦାର ଶ୍ରୀଯୁକ୍ତ ବେହେରାଙ୍କୁ ଗରଦପୁର, ତଳକୁସୁମା, ବନ୍ତଳା,କଳାବୁଦା ଆଦି ପଂଚାୟତର ଚାଷୀମାନେ କୃତଂଜ୍ଞତା ଜ୍ଞାପନ କରିଛନ୍ତି l