ବଜେଟ୍ ପରେ ବଢିଲା ରନ୍ଧନ ଗ୍ୟାସ୍‌ ଦାମ୍‌

ଭୁବନେଶ୍ୱର, ୪/୨ : ଚଳିତବର୍ଷ ବଜେଟ୍ ଉପସ୍ଥାପନ ପରେ ତୈଳ କମ୍ପାନୀମାନେ ଗ୍ୟାସ୍‌ ଦାମ୍‌ରେ ବୃଦ୍ଧି କରିଛନ୍ତି । ଗ୍ୟାସ୍‌ ଦାମ୍‌ରେ ବୃଦ୍ଧି ଫଳରେ ସାଧାରଣ ଲୋକ ଚିନ୍ତାରେ ପଡିଯାଇଛନ୍ତି । ସବ୍‌ସିଡ଼ି ଏଲପିଜି ସିଲିଣ୍ଡରର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଥିବାବେଳେ ବାଣିଜିକ୍ୟ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୬ଟଙ୍କା ବୃଦ୍ଧି ହୋଇଛି । ଏଣିକି ଉପଭୋକ୍ତାଙ୍କୁ ଏହି ବର୍ଦ୍ଧିତ ଦର ଦେବାକୁ ପଡିବ ଏବଂ ସେମାନଙ୍କ ଉପରେ ଏଥର ବଜେଟ୍ ର ସିଧାସଳଖ ପ୍ରଭାବ ପଡିଛି ବୋଲି ଏବେ ସାଧାରଣ ଲୋକ ମତ ରଖିଛନ୍ତି ।