ଭୁବନେଶ୍ବର, ୦୫/୦୪ : ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ୍ । ୫କେଜି ଗ୍ୟାସ୍ ବିକ୍ରି ବନ୍ଦ। କଳାବଜାରୀକୁ ରୋକିବା ପାଇଁ E-KYC କରାଯାଉଛି। ତେଣୁ ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ୍ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେପଟେ ରାଜ୍ୟରେ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ୍ ମହଜୁନ ଅଛି। ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ରାଜଧାନୀରେ ଗ୍ୟାସ ଉପଭୋକ୍ତାଙ୍କ ଅଭିଯୋଗ । ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଥିଲା । ହେଲେ ଗ୍ୟାସ ଡେଲିଭେରି ନ ହୋଇ ଡେଲିଭେରି ହେବାର ମେସେଜ ଆସୁଥିଲା । ଏପରିକି ସବସିଡି ଟଙ୍କା ଆକାଉଣ୍ଟରେ ଆସି ଗଲାଣି ଅଥଚ ଗ୍ୟାସ ଏପର୍ଯ୍ୟନ୍ତ ଆସିନଥିଲା। ଫଳରେ ଗ୍ୟାସ୍ ଏଜେନ୍ସି ବିରୋଧରେ ଗର୍ଜନ କରି ଆସ୍ତାକୁ ଓହ୍ଲାଇବା ସହ ଗ୍ୟାସ ଟାଙ୍କି ଧରି ଏଜେନ୍ସି ସାମ୍ନାରେ ଲାଇନ ଲଗାଇଥିଲେ । ଏନେଇ ଲୋକଙ୍କ ଅସନ୍ତୋଷ ବୁକିଂ ଗ୍ୟାସ ଯାଉଛି କୁଆଡ଼େ । ଏଜେନ୍ସି ହୋମ ଡେଲିଭେରି ବଦଳରେ ଗ୍ୟାସ କାଉଣ୍ଟରରେ ମଧ୍ୟ ଡେଲିଭର କରୁନଥିଲେ । ତାଲା ପକାଇ ଧରାଛୁଆଁ ଦେଉନାହାନ୍ତି । ଅନ୍ୟପଟେ ଗ୍ୟାସ ସମସ୍ୟା ନେଇ ଦିଲ୍ଲୀରେ ବସିଥିଲା ବଡ଼ ବୈଠକ । ଯେଉଁଥିରେ ୯ ରାଜ୍ୟର ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଯୋଗ ଦେଇଥିଲେ ।