ଭୁବନେଶ୍ୱର, ୨୮/୦୩ : ଲୋକ ଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶାରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଜେନେରାଲ ଦ୍ବିବେଦୀଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ ରାଜ୍ୟପାଳ। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ଜେନେରାଲ ଦ୍ବିବେଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ରାଜ୍ୟପାଳ। ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଆଲୋଚନା ହୋଇଥିଲା। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଆଜି ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ଗୋପାଳପୁର ଯିବେ।