ଭୁବନେଶ୍ୱର,୨୧/୬: ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ସରକାରଙ୍କ ପକ୍ଷରୁ କେହି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ଅପେକ୍ଷା କରିଛନ୍ତି ବୋଲି ଗଣମାଧ୍ୟମ ଜରିଆରେ କହିଛନ୍ତି । ତେଣୁ ସରକାର ତୁରନ୍ତ ତାଙ୍କ ସହ ଆଲୋଚନା କରି ପରାମର୍ଶ ନିଅନ୍ତୁ ।
ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ ଜଗତଗୁରୁ କଣ କହୁଛନ୍ତି ସରକାର ପରାମର୍ଶ ନିଅନ୍ତୁ । ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ଓ ଜଗତଗୁରୁଙ୍କ ବିଶେଷ ଭୂମିକା ରହିଛି । ତେଣୁ ଏହି ଦୁଇ ଆସ୍ଥା କେନ୍ଦ୍ର ଯେଉଁ ପରାମର୍ଶ ଦେଉଛନ୍ତି ଓ ଯାହା ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ ।