ନୂଆଦିଲ୍ଲୀ: ଗାଜିଆବାଦର ସାହିବାବାଦ ଅଞ୍ଚଳର ଆର୍ଥଲାଠାରେ ଥିବା ସେଲିବ୍ରେସନ ୨ ଭୋଜି ହଲରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୂରା ଭୋଜି ହଲ୍ ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଯାନବାହାନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।
ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ମୃତାହତ ସମ୍ପର୍କରେ ଖବର ଆସିନାହିଁ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ନିଆଁ ଲାଗିବାର ସୂଚନା ଗାଜିଆବାଦ ଅଗ୍ନିଶମ ବାହିନୀକୁ ପ୍ରାୟ ୯.୩୦ରେ ସୂଚନା ଦିଆଯାଇଥିଲା ।
ଏହା ପରେ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମାତ୍ର ଦେଢ଼ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା ।
