ଭୁବନେଶ୍ୱର,୧୨/୦୨ : ପ୍ରେମ ଋତୁରେ ପ୍ରେମ ପାଇଁ ପ୍ରେମିକା ଛାଡିଲେ ନିଜ ଧର୍ମ । ଆପଣାଇଲେ ସନାତନ ଧର୍ମ । ବୈଦିକ ରୀତି ନୀତିରେ ସମ୍ପନ୍ନ ହେଲା ଦୁହିଁଙ୍କ ବାହାଘର । ଏଭଳି ଘଟଣା ଭୁବନେଶ୍ବର ଘଟିଥିବା ଜଣାପଡିଛି। କଟକ ଜଗତପୁରର ବଦ୍ରିନାରାୟଣ ଦାସଙ୍କୁ ୧୦ ବର୍ଷ ହେଲା ଭଲ ପାଉଥିଲେ ମୁସଲମାନ ଯୁବତୀ ଫରିନ ବାନୋ। ଯିଏ ଏବେ ‘ଫରିନ’ ବଦଳରେ ‘ପ୍ରିୟାଂଶୀ’ ହୋଇଯାଇଛନ୍ତି। ଉଭୟେ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କ ବିବାହକୁ ସ୍ବୀକୃତି ଦେବାକୁ ବଦ୍ରିଙ୍କ ପରିବାର ମନା କରିଦେଇଥିଲେ। ହେଲେ ଦୁହେଁ ବିବାହ କରିବାକୁ ଜିଦ୍ ଧରିଥିଲେ। ଶେଷରେ ହାର୍ ମାନିଛି ଜାତି, ଧର୍ମ। ଜିତିଛି ପ୍ରେମ। ଏମାନଙ୍କୁ ଏକାଠି କରିବାକୁ ଗୋ’ ରକ୍ଷକ ଦଳ ସହାୟତା କରିଛନ୍ତି। ଭୁବନେଶ୍ବର ଭୀମେଶ୍ବର ମଙ୍ଗଳା ମନ୍ଦିରରେ ବନ୍ଧୁମାନଙ୍କ ଉପସ୍ଥିତିରେ ଫରିନା ହେଲେ ପ୍ରିୟାଂଶୀ ଓ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ଏହି ଘଟଣା ପରେ ବଦ୍ରିଙ୍କ ବାପା ମାଆ ବି ପୁଅ ବୋହୂଙ୍କୁ ଗ୍ରହଣ କରିଛନ୍ତି।