ନବଦାସଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସିଂଘାଣିଆ ଗିରଫ

0

ଭୁବନେଶ୍ୱର, ୨୦/୦୪ : ଝାରସୁଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସିଂଘାଣିଆଙ୍କୁ ଝାରସୁଗୁଡ଼ା ପୋଲିସ ରାୟପୁରରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜୁଆ ଖେଳର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସିଂଘାଣିଆଙ୍କୁ ପୁଲିସ ଗିରଫ କରି ଝାରସୁଗୁଡ଼ା ଆଣିଛି। ଝାରସୁଗଡାରେ ଦିନକୁ ଦିନ ଜୁଆ ଖେଳ ବଢିଚାଲିଥିବା ବେଳେ ପୋଲିସ ନିକଟରେ ଏନେଇ ବାରମ୍ବାର ଅଭିଯୋଗ ହେଉଥିଲା, ଯାହା ପୋଲିସ ପାଇଁ ଏକପ୍ରକାର ମୁଣ୍ଡବିନ୍ଧାର କାରଣ ସାଜିଥିଲା। ତେବେ ଏନେଇ ଝାରସୁଗୁଡ଼ା ଏସପିଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ୍ ଝାଡେଶ୍ୱର ମନ୍ଦିର ନିକଟରେ ଚଢ଼ାଉ କରିବା ପରେ ୭ଜଣଙ୍କୁ ଗିରଫ କରିଥିଲା। ଏଥିରେ ଧରାପଡ଼ିଥିବା ଜୁଆ ଖେଳର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ସେନ୍ଦ୍ରିଆ ଓରଫ ମୋଟୁକୁ ପୁଲିସ ଧରିବା ପରେ ସେ ଗୋବିନ୍ଦ ସିଂଘାଣିଆଙ୍କ ନାମ କହିଥିଲା। ଏହାପରେ ପୋଲିସ ସ୍କାନରରେ ଧରାପଡ଼ିଛି ଗୋବିନ୍ଦ ସିଂଘାଣିଆ। ରାୟପୁରରୁ ଝାରସୁଗଡା ପୋଲିସ ତାକୁ ଗିରଫ କରିଛି।

Leave A Reply

Your email address will not be published.