ମହାକାଳପଡ଼ା – (କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଂଚାୟତସ୍ଥ ରତନ ପୁର ଗାଁର ବୃଦ୍ଧା ବ୍ରହ୍ମାନନ୍ଦ ସାହୁଙ୍କ ପରିବାରରେ ବାପ ପରେ ପୁଅର ମୃତ୍ୟୁକୁ ନେଇ ପରିବାରର ସଭିଏଁ ଭାଙ୍ଗି ପଡିଛନ୍ତି । ଏପରିକି ବୃଦ୍ଧା ପିତାଙ୍କ ଆଖି ଆଗରେ ଭେଣ୍ଡିଆ ପୁଅ ସୁରେନ୍ଦ୍ର ଯକ୍ଷ୍ମା ରେ ପୀଡିତ ଥାଇ ମୃତ୍ୟୁ ବରଣ କରିବାର ୫ ମାସ ନପୂରୁଣୁ ବଡ଼ ନାତି ସାଏଲ ର ବାତ ରୋଗରେ ମୃତ୍ୟୁ ହୋଇଯାଇଛି । ରୋଜଗାରିଆ ପୁଅର ମୃତ୍ୟୁ ପରେ ବୃଦ୍ଧ ବାପା ବୃଦ୍ଧା ମା ସାରଥୀ, ବିଧବା ବୋହୁ ଅଞ୍ଜଳି, ନାତୁଣୀ ଜ୍ୟୋତିର୍ମୟଏ ଓ ନାତି ସୁଶୀଲ ସମେତ ୫ ଜଣିଆ ପରିବାର ଚଳାଇବା ଦୁର୍ବିସହ ହୋଇପଡୁଛି । ସେପଟେ ଭଙ୍ଗା ଦଦରା ଚାଳ ଘରଟି ଗତ ଅମ୍ଫନ ରେ ଭାଙ୍ଗି ଯିବାରୁ ସଭିଏଁ ଗୁହାଳେ ରହୁଛନ୍ତି.ଗୋଟିଏ ପଟେ ଗୋରୁ ଓ ଅନ୍ୟ ପଟେ ମନୁଷ୍ୟ ଦୁଇଭାଗ ରେ ରହି ଆସୁଛନ୍ତି । ଧର୍ମକୁ ଆଖିଠାର ମାରିଲା ଭଳି ସ୍ୱାମୀଙ୍କ ମୃତ୍ୟୁର ପାଞ୍ଚ ମାସ ପରେ ବ୍ଲକ ପ୍ରଶାସନ କେବଳ ଅଞ୍ଜଳିଙ୍କୁ ବିଧବା ଭତ୍ତା ପ୍ରଦାନ କରିଥିବାର ଜଣାପଡିଛି । କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଥିବାର ଜଣାପଡିଛି ।