କମିଲା ସୁନା ଏବଂ ରୁପାର ଦାମ୍

ନୂଆଦିଲ୍ଲୀ,୧୮/୧୧: ହୁହୁ ହୋଇ ବଢିବା ପରେ ଏବେ ଲାଗିଛି ବ୍ରେକ୍ । ଖସିଛି ସୁନା ଏବଂ ରୁପାର ଦାମ୍ । ଆଜି ରେକର୍ଡ ଦରରେ ହ୍ରାସ ପାଇଛି ସୁନା । ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବା ସମ୍ଭାବନା ଥିବାରୁ ଏହାର ପ୍ରଭାବ ସୁନା ଦର ଉପରେ ପଡିଛି । ଡିସେମ୍ବର ମାସରେ ସୁନା ଦର ୧୮୦୭ ଟଙ୍କା ଖସିବ । ଯାହା ବର୍ତ୍ତମାନ ମୂଲ୍ୟ ଅନୁସାରେ ୧.୪୭ ପ୍ରତିଶତ । ଫଳରେ ଦର ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୨୧ ହଜାର ୧୨୦ ଟଙ୍କାରେ ପହଁଚିଯିବ । ,ସେହିପରି ଆସନ୍ତା ଫେବ୍ରୁଆରୀରେ ୧୮୩୩ ଟଙ୍କା ଯାଏଁ ଦାମ୍ କମିବ । ଯହା ଫଳରେ ସୁନା ରେଟ୍ ୧ ଲକ୍ଷ ୨୨ ହଜାର ୮୪୧ ଟଙ୍କାରେ ପହଁଚିବ । କେବଳ ସୁନା ନୁହେଁ ରୁପା ଦର ମଧ୍ୟ କମିବା ନେଇ ଅନୁମାନ କରାଯାଉଛି । ଡିସେମ୍ବରରେ ଦାମୀ ଧାତୁର ଭବିଷ୍ୟତ ଦରକୁ ଦେଖିଲେ ରୁପା କେଜି ପିଛା ୩୬୬୦ ଟଙ୍କା ବା ୨.୩୬ ପ୍ରତିଶତ ଦର କମିଯିବ । ସେହିପରି ମାର୍ଚ୍ଚ ମାସରେ ୩୩୬୮ ଟଙ୍କା କମି ରୁପା ଦର ୧ ଲକ୍ଷ ୫୪ ହଜାର ୫୫୭ ଟଙ୍କାରେ ପହଁଚିବ । ବିଶେଷଜ୍ଞଙ୍କ କହିବା କଥା ହେଲା, ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର କମାଇବ ବୋଲି ଆଶା କରାଯାଉଛି । ଯାହାର ସିଧାସଳଖ ପ୍ରଭାବ ସୁନା ଦର ଉପରେ ପଡିବ । ଯାହା ଫଳରେ ଦରରେ ଐତିହାସିକ ହ୍ରାସ ପାଇବ । ଏବେ ଭାରତ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ବାଣିଜ୍ୟ କାରବାର ଆରମ୍ଭ ହୋଇଛି । ଏହାର ପ୍ରଭାବ ମଧ୍ୟ ହଳଦିଆ ଧାତୁ ଉପରେ ପଡିବ । ଆଜି ଘରୋଇ ବଜାରରେ ୨୪ କ୍ୟାରେଟ ସୁନାର ଦାମ୍ ଗ୍ରାମ ପିଛା ୧୨,୩୮୧ ଟଙ୍କା ଥିବା ବେଳେ ୨୨ କ୍ୟାରେଟର ଦାମ୍ ରହିଛି ୧୧,୩୫୦ ଟଙ୍କା ।