ନୂଆପଡ଼ା,୨୬/୧୦ : ନୂଆପଡ଼ା ଉପନିର୍ବାଚନ ଲାଗି କଂଗ୍ରେସରୁ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମର୍ଥନରେ ବାହାରିଛି ଗୋଣ୍ଡ ସମାଜ। ଏହି ପରିପ୍ରେକ୍ଷୀରେ ରବିବାର ମଧ୍ୟାହ୍ନରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ପତୋରାଠାରେ ଜିଲ୍ଲା ଗୋଣ୍ତ ସମାଜର ଏକ ବୈଠକ ବସିଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ପାଞ୍ଚଟି ଯାକ ବ୍ଲକ ସଭାପତି, ଗୋଣ୍ଡ ସମାଜର ପ୍ରତ୍ୟେକ ସର୍କଲ ସଭାପତି, ପଡୋଶୀ ଛତିଶ ଗଡ଼ ବିନ୍ଦ୍ର ନୂଆଗଡ ବିଧାୟକ ଜନକ ରାମ ଧ୍ରୁବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ଜାତି ଭାଇ ଘାସିରାମଙ୍କୁ ଜିତାଇବା ପାଇଁ ଶପଥ ନେଇଥିଲେ।
