ଭୁବନେଶ୍ୱର, ୧୦/୧୧ : କୋରାପୁଟ ଓ ଜୟପୁର ମଧ୍ୟସ୍ଥ ମାନବାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଟ୍ରେନର ୧୨ଟି ବଗି ଲାଇନ୍ଚ୍ୟୁତ ହୋଇଛି ।
ପ୍ରାପ୍ତ ସୂଚନା ଅନୁସାରେ ମାଳବାହୀ ଟ୍ରେନଟି ଛତିଶଗଡ଼ କିରଣ୍ଡୁଲ୍ରୁ ବିଶାଖାପାଟଣା ଯାଉଥିଲା ବେଳେ ଲାଇନ୍ଚ୍ୟୁତ ହୋଇଛି। ତେବେ ମାଲବାହୀ ଟ୍ରେନ କେଉଁ କାରଣରୁ ଲାଇନଚ୍ୟୁତ ହେଲା ତାହା ଜଣାପଡ଼ିନାହିଁ । ସୂଚନା ପାଇଁ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଂଚିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।