ସମ୍ଭାବ୍ୟ ବାତ୍ୟା ପାଇଁ ଖୋର୍ଦ୍ଧା-ପୁରୀ ସମେତ ୯ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର, ୨୭/୧୦ : ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ କଲେ ସରକାର । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାଲେଶ୍ଵର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଂଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ଏବଂ ହେଡକ୍ଵାର୍ଟର୍ସ ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାକୁ ନେଇ ୩୦ ଜିଲ୍ଲା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ। ବର୍ଷା ଯୋଗୁ ପ୍ରଭାବିତ ଜିଲ୍ଲାରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ୨୯ ତାରିଖ ଯାଏଁ ଛୁଟି ବାତିଲ କରାଯାଇଛି । ପୁରୀରେ ମଧ୍ୟ ପ୍ରଭାବ ନ କମିବା ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା । ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ୍ କରିବା ସହ ମୁଖ୍ୟାଳୟ ଛାଡିବା ଉପରେ କଟକଣା ଲଗାଯାଇଛି। ଏହା ସହ କେନ୍ଦ୍ରପଡା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡିବା ମନା କରାଯାଇଛି। ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ୍ କଲେ ଜିଲ୍ଲାପାଳ। କୋରାପୁଟରେ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ଛୁଟି ବାତିଲ କରିଦିଆଯାଇଛି।

SBI_Festive_Digital Billboard