ରାଜ୍ୟ ସରକାରଙ୍କୁ ସାଇବର ସୁରକ୍ଷା ଚିନ୍ତା : ୧୮ ରୁ ନଭେମ୍ବର ୧୭ ଯାଏ ଚାଲିବ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬/୧୦ :ଆସନ୍ତା ୧୮ ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିବେ । ଏହି ସଚେତନତା ରଥରେ ସୁରକ୍ଷା ସଂପର୍କିତ ଭିଡିଓ, ପ୍ରଚାର ପତ୍ର, ସଚେତନଧର୍ମୀ ସଂଗୀତ ରହିବ । ଜିଲ୍ଲାସ୍ତରରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନରେ ବିଭିନ୍ନ ବିଭାଗ ସାମିଲ ହେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଓ ହଷ୍ଟେଲରେ ସଚେତନତା ସହ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଚାର ପ୍ରସାର କରାଯିବା ସହିତ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜନପ୍ରତିନିଧୂମାନଙ୍କ ସହଯୋଗରେ ସଚେତନ‌ତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଆଶାକର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହେବେ । ସେହିପରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯିବ । ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ସହଯୋଗ ନିଆଯିବ । ଏହି ଅଭିଯାନରେ କୁଇଜ୍ ପ୍ରତିଯୋଗିତା, ଗଣ ଦୌଡ, ପଦଯାତ୍ରା, ଇନ୍ଫୋଗ୍ରାଫିକ୍ସ, ସଚେତନତା ସମ୍ମିଳନୀ, ଟିଭି, ରେଡିଓ, ସିନେମା ହଲ ସମେତ ବିଭିନ୍ନ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ସମସ୍ତଙ୍କୁ ସଚେତନ କରାଯିବ ।

SBI_Festive_Digital Billboard