ରାଜ୍ୟର ୫ଟି ବଡ ଅଳଙ୍କାର ଦୋକାନର ଲାଇସେନ୍ସ ବାତିଲ

0

ଭୁବନେଶ୍ୱର, ୧୧/୧୨ : ରାଜ୍ୟରେ କିଏ ନକଲି ସୁନା ବିକୁଛନ୍ତି ଏବଂ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟର ୫ଟି ଅଳଙ୍କାର ଦୋକାନ ନକଲି ସୁନା ବିକୁଥିଲେ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ନକଲି ହଲମାର୍କ ସୁନା ବିକ୍ରି କରୁଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି । ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲର୍ସର ଲାଇସେନ୍ସ ବାତିଲ କରାଯାଇଛି ।

Leave A Reply

Your email address will not be published.