ଯଅଁରl କୁଣ୍ଡାପାଟିଆ ଦଣ୍ଡା ପାଲଟିଛି ଗାଁ ମୁଖିଆଙ୍କ ଚାଷ ଜମି

ମହାକାଳପଡ଼ା,୧୯/୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧିନସ୍ଥ କେୟାରବାଙ୍କ ରାଜସ୍ବ ସର୍କଲ ଅନ୍ତର୍ଗତ ଜଅଁରl ଗ୍ରାମର କୁଣ୍ଡା ପାଟିଆ ଦଣ୍ଡା ଗ୍ରାମର ଗୋପାଳକଙ୍କ ନିମନ୍ତେ ଚାରଣ ଭୂମି ରୂପେ ପରିଗଣିତ ହେଉଥିଲା l ମାତ୍ର ଗାଁର ଚାରି ମୁଖିଆ ପରିବାର କିଛି ବର୍ଷ ହେବ ସମ୍ପୃକ୍ତ ଦଣ୍ଡାରୁ ୪ ଏକରରୁ ଉର୍ଦ୍ଧ୍ୱ ପରିମାଣ ଜମିକୁ ଭାଗ ବଣ୍ଟରା କରି ପ୍ଲଟିଙ୍ଗ କରାଇ ଚାଷ କରି ଆସୁଛନ୍ତି l ଜଅଁରl ରୁ ରାଇଗଡାକୁ ଲମ୍ବିଥିବା ଆରଡ଼ି ରାସ୍ତାର ଦୁଇ ପାର୍ଶ୍ୱରେ ଥିବା କୁଣ୍ଡାପାଟିଆ ଦଣ୍ଡା କୁ ଗାଁର ମୁଖିଆ ପରିବାର ଚାଷ ବାସ କରିଆସୁଛନ୍ତି l ଚାଷ କରୁଥିବା ଲୋକେ କୌଣସି ଭୂମିହୀନ ପରିବାରର ନୁହଁନ୍ତି ବରଂ ଜଣେ ଜଣେ ଜମିଦାରୀ ପରିବାର ହୋଇ ବି, ସରକାରୀ ଜମିକୁ ବିନା ଖେଚରାରେ ଭୋଗ ଦଖଲ କରିଆସୁଛନ୍ତି l କିଛି ବର୍ଷ ତଳେ ଗାଁ ଭିତରେ ବାସସ୍ଥଳୀ ନିକଟରେ ଜବର ଦଖଲରେ ଥିବା ସରକାରୀ ଜମିର ପରିମାଣ ଅନୁଯାୟୀ ଗାଁ କମିଟିରେ ପାଉଣା ପୈଠ କରିବାକୁ ଜବର ଦଖଲ କାରି ପରିବାର ଗୁଡିକୁ ଦାବିକରୁଥିଲେ ଏହି ଗାଁ ମୁଖିଆ ମାନେ l ଆଉ ଯେଉଁ ପରିବାର ଦଖଲଜମି ଅନୁସାରେ ଗାଁ କମିଟିକୁ ପାଉଣା ପୈଠରେ ଗଡବଡ କରୁଥିଲା ସେହିପରିବାର ଗୁଡିକ ସାମାଜିକ ବାଛନ୍ଦ ଜୀବନ ବିତାଉଥିଲେ l

ଏହିଭାବେ ଗାଁ ରେ ୬୦ ପରିବାର ୩୦ ପରିବାର ବାଛନ୍ଦ କରାଇ ନାନାଦି ହଇରାଣ ହରକତ କରିଥିଲେ l ଏବେ କିନ୍ତୁ ପଛ କଥା ଭୁଲିଯାଇ ଗାଁ କମିଟିର ସେହି ମୁଖିଆ ମାନେ ମନଇଚ୍ଛା ରାଜସ୍ବ ବିଭାଗ ଅଗୋଚରରେ ସରକାରୀ ଜମିକୁ ନିଜସ୍ୱ ସ୍ତିତିଵାନ ଜମି ଭାବି ଚାଷ କରୁଛନ୍ତି l ବର୍ଷ ବର୍ଷ ଧରି ଚାଷ ଚାଲି ଥିବା ଖବର ରାଜସ୍ବ ଅଧିକାରୀଙ୍କ ନିକଟରେ ନଥିବା କଥା ସ୍ଥାନୀୟ ରାଜସ୍ବ ସର୍କଲ ଅଧିକାରୀ କୁହନ୍ତି l ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଘଟଣା ବିଷୟରେ ଜାଣିବା ପରେ ଶୁକ୍ରବାର ଦିନ କ୍ଷେତ୍ର ପରିଦର୍ଶନରେ ଯିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସର୍କଲ ରାଜସ୍ବ ନିରୀକ୍ଷକ କହିଛନ୍ତି l ଦୁଃଖର କଥା ରାଜସ୍ବ ବିଭାଗର ସରକାରୀ ଜମି ରକ୍ଷଣା ବେକ୍ଷଣା ରେ ଅବହେଳା ନା ଅପରିଣାମ ଦର୍ଶିତା ରୁ ସାଧାରଣ ଲୋକଙ୍କ କବ୍ଜା କୁ ଯାଉଛି ସରକାରୀ ଜମି l ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଗୋଚରରେ ଜବରଦଖଲରେ ଥିବା ସରକାରୀ ଜମିର ପୁନଃରୁଦ୍ଧାର କେବେ ହେଉଛି l