ନୂଆଦିଲ୍ଲୀ,୮ /୬ : କେନ୍ଦ୍ର ସରକାର ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ସମ୍ପର୍କରେ ଘୋଷଣା କରିଥିବାବେଳେ ଏଥିପାଇଁ ସରକାରଙ୍କୁ ବିପୁଳ ପରିମାଣରେ ଅର୍ଥବ୍ୟୟ କରିବାକୁ ପଡ଼ିବ । ୟୁବିଏସ ସିକ୍ୟୁରିଟିଜର ଏକ ରିପୋର୍ଟ ଅନୁସାରେ ଟିକା ପାଇଁ ସରକାରଙ୍କ ମୋଟ ୪୦ରୁ ୪୫ ହଜାର କୋଟି ବ୍ୟୟ କରିବାକୁ ପଡ଼ିବ । ବଜେଟରେ ଟିକାକରଣ ପାଇଁ ପୂର୍ବରୁ ୩୫ ହଜାର କୋଟିର ବ୍ୟୟବରାଦ କରାଯ଼ାଇଥିବାବେଳେ ଗତକାଲିର ଘୋଷଣା ପରେ ସରକାରଙ୍କୁ ଅତିରିକ୍ତ ୧୦ ହଜାର କୋଟି ବ୍ୟୟ କରିବାକୁ ପଡ଼ିବ ।