କୋରୋନା ମାଡ଼ରେ ଘାଇଲା ରୁପେଲି ଦୁନିଆ

ଭୁବନେଶ୍ଵର: କୋରୋନା ମହାମାରୀରେ ରାଜ୍ୟବ୍ୟାପୀ ଖେଳିଯାଇଛି ଏକ ଭୟର ବାତାବରଣ। ଦୈନିକ ସଂକ୍ରମଣରେ ହଜାର ହଜାର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ତେଣୁକରି ରାଜ୍ୟ ସରକାର ଏହି ବର୍ଦ୍ଧିତ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଥମେ ନାଇଟ କର୍ଫ୍ୟୁ ଏବଂ ପରେ ସପ୍ତାହନ୍ତ ଶଟଡାଉନ ଓ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି। ଏସବୁ ପରେ ବି ସଂକ୍ରମଣ ହାର କମୁ ନଥିବାରୁ ରୁପେଲି ଦୁନିଆ ଉପରେ ଏବେ କଟକଣା ଲଗାଯାଇଛି। କୋରୋନା ସମୟରେ ସମସ୍ତ ପ୍ରକାର ଇନଡୋର ଏବଂ ଆଉଟଡୋର ସୁଟିଙ୍ଗ ଉପରେ ଲାଗିଛି ରୋକ।

ଚଳଚ୍ଚିତ୍ର ଏବଂ ସିରିଏଲ ସୁଟିଙ୍ଗ ସମୟରେ ଏଠାରେ ମୁଖ୍ୟତଃ ସାମାଜିକ ଦୂରତା ରକ୍ଷା କମିବା ଅସମ୍ଭବ ହୋଇ ପଡିଥାଏ। ତେଣୁ ଏସବୁକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ନୂଆ ଫିଲ୍ମ କିମ୍ବା ସିରିଏଲ ସୁଟିଙ୍ଗ ନହେଲେ ଗତବର୍ଷ ଭଳି ପୁଣିଥରେ ଦର୍ଶକମାନଙ୍କୁ ସିରିଏଲ ଗୁଡ଼ିକର ରିପିଟ ଟେଲିକାଷ୍ଟ ଦେଖିବାକୁ ପଡ଼ିପାରେ।