ଆସନ୍ତା ୧ରୁ ଜିପିଏଫ୍‌ ଚୂଡ଼ାନ୍ତ ଦେୟ ପ୍ରସ୍ତାବ ଅନ୍‌ଲାଇନ୍‌ରେ ହେବ ଦାଖଲ

ଭୁବନେଶ୍ୱର,୨୯/୦୮: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ କର୍ମଚାରୀଙ୍କ ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ୍‌)ର ଚୂଡ଼ାନ୍ତ ଦେୟ ପ୍ରସ୍ତାବ ସେପ୍ଟେମ୍ବର ୧ ତାରିଖରୁ କେବଳ ଅନ୍‌ଲାଇନ୍‌ରେ ଦାଖଲ କରାଯିବ । ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲ ମାଧ୍ୟମରେ ଏହା ଦାଖଲ କରିବାକୁ ସମସ୍ତ ଉଠାଣ ଓ ବିତରଣ ଅଧିକାରୀ (ଡିଡିଓ)/କାର୍ଯ୍ୟାଳୟ ମୁଖ୍ୟଙ୍କୁ ଅବଗତ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା (ଏସ୍‌ଆଣ୍ଡଏମ୍‌ଇ) ବିଭାଗ କାର୍ଯ୍ୟାଳୟ ସ୍ମାରକପତ୍ର ସଂଖ୍ୟା ୧୭୭୬୬/୧.୭.୨୦୨୫ ରିଖ ଏବଂ ଲେଖା ନିୟନ୍ତ୍ରକ, ଓଡ଼ିଶା କାର୍ଯ୍ୟାଳୟ ଚିଠି ସଂଖ୍ୟା ୮୧୫୩/୧୧.୭.୨୦୨୫ରିଖ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେପ୍ଟେମ୍ବର ୧ ତାରିଖଠାରୁ ଏହି କାର୍ଯ୍ୟାଳୟରେ କୌଣସି କାଗଜୀ ପ୍ରସ୍ତାବ (ଫିଜିକାଲ୍‌ ପ୍ରପୋଜାଲ୍‌) ଗ୍ରହଣ କରାଯିବ ନାହିଁ । ସହାୟତା ଲାଗି ସରକାରୀ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମଧ୍ୟରେ ଯୋଗାଯୋଗ କରିହେବ ।

SBI_Festive_Digital Billboard