ଶୁଭ ଓ ଅଶୁଭ ଯୋଗ ନେଇ ଆସୁଛି ନୂଆବର୍ଷ। ୨୦୨୬ରେ ୩ ରାଶିର ବଢିବ ସମସ୍ୟା। ସୂର୍ଯ୍ୟ ଓ ରାହୁ ମିଶି କରିବେ ଗ୍ରହଣ ଯୋଗ। ଖାଇଯିବ ରୋଗ ବ୍ୟାଧି। ବଢିବ ଋଣ ଭାର। ବ୍ୟବସାୟରେ କ୍ଷତି ଯୋଗୁଁ ଆର୍ଥିକ ସମସ୍ୟାରେ ସନ୍ତୁଳି ହେବେ ଏହି ୩ ରାଶିର ବ୍ୟକ୍ତି। ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ। ୨୦୨୬ରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ପୂର୍ବରୁ କୁମ୍ଭ ରାଶିରେ ରାହୁ ବିରାଜମାନ ଥିବେ। ଯେଉଁଥିପାଇଁ ଗ୍ରହଣ ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ଯୋଗ ଖୁବ୍ ଅଶୁଭ। ଏହି ଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ସୂର୍ଯ୍ୟ କିମ୍ବା ଚନ୍ଦ୍ର ରାହୁ କିମ୍ବା କେତୁ ସହିତ ସମାନ ରାଶିରେ ଅବସ୍ଥିତ ହୁଅନ୍ତି କିମ୍ବା ପରସ୍ପରର ଅତି ନିକଟତର ହୁଅନ୍ତି। ଏହାଦ୍ଵାରା କର୍କଟ, କନ୍ୟା ଓ ମୀନ ରାଶିରେ ଗ୍ରହଣ ଯୋଗ ସୃଷ୍ଟି ହେବ। ଏହି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ହେବ।
କର୍କଟ : ନୂଆବର୍ଷରେ କର୍କଟ ରାଶିରେ ଗ୍ରହଣ ଯୋଗ ହେବ। ଫଳରେ ଆର୍ଥିକ ଅସ୍ଥିରତା ବଢିବ। ବ୍ୟାପାର ଓ ନିବେଶରେ କ୍ଷତି ହେବ। ଅକାରଣରେ ଖର୍ଚ୍ଚାନ୍ତ ହେବେ। ଚାକିରି କରୁଥିବା ଲୋକଙ୍କର ବୋନୋସ୍ ମିଳିବାରେ ବିଳମ୍ବ ହେବ। ପୁରୁଣା ଋଣର ଚାପ ବଢିବ। ତେଣୁ ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିବେ।
କନ୍ୟା : ଗ୍ରହଣ ଯୋଗ ଯୋଗୁଁ କନ୍ୟା ରାଶିରେ ନକାରାତ୍ମକ ପ୍ରଭାବ ପଡ଼ିବ। ଅର୍ଥିକ ସ୍ଥିତି ବିଗିଡ଼ିବ। ବ୍ୟାପାର ଓ ନିବେଶରେ ଅନିଶ୍ଚିତତା ବଢିବ। ବଡ଼ ନିଷ୍ପତ୍ତି ଭୁଲ୍ ହୋଇପାରେ। ଚାକିରିରେ ନୂଆ ଅବସର ମିଳିବ ନାହିଁ। ତେଣୁ ବଜେଟ୍ କରି ଖର୍ଚ୍ଚ କରିବାକୁ ପଡ଼ିବ। ସ୍ଵାସ୍ଥ୍ୟାବସ୍ଥା ବି ବିଗିଡ଼ିପାରେ।
ମୀନ : ଏହି ରାଶିର ବ୍ୟକ୍ତିଙ୍କର ସମସ୍ୟା ବଢିବ। ବୁଝି ବିଚାରି ଟଙ୍କା ଖର୍ଚ୍ଚ କରିବେ। ନୂଆ ପ୍ରୋଜେକ୍ଟ କିମ୍ଵା ବ୍ୟାପାରରେ କ୍ଷତି ହେବାର ସମ୍ଭାବନା ରହିଛି। ଚାକିରିରେ ପ୍ରମୋସନ ମିଳିବାରେ ବିଳମ୍ଵ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରହିବେ।