‘ଭାରତ ଯୋଡ଼’ ଯାତ୍ରାରେ ସାମିଲ ହେଲେ ମହାତ୍ମା ଗାନ୍ଧିଙ୍କ ପ୍ରପୌତ୍ର ତୁଷାର ଗାନ୍ଧି

ଅକୋଲା, ୧୮/୧୧: ମହାରାଷ୍ଟ୍ରରେ ଏବେ ଚାଲିଛି କଂଗ୍ରେସର ‘ଭାରତ ଯୋଡ଼ ଯାତ୍ରା’। ମହାରାଷ୍ଟ୍ରରେ ଯାତ୍ରାର ଦ୍ୱାଦଶ ଦିନ ଶୁକ୍ରବାର ସକାଳେ ଅକୋଲା ଜିଲ୍ଲା ବାଲାପୁରରୁ ଆରମ୍ଭ ହୋଇଛି । ଯାତ୍ରାର ପୂର୍ବାହ୍ନ ଅଧିବେଶନରେ ରାହୁଲ ଗାନ୍ଧିଙ୍କ ସହ ମହାତ୍ମା ଗାନ୍ଧିଙ୍କ ପ୍ରପୌତ୍ର ତୁଷାର ଗାନ୍ଧି ସାମିଲ ହୋଇଥିଲେ।

ଯାତ୍ରା ପୂର୍ବାହ୍ନ ୬ଟା ବେଳେ ବାଲାପୁରର କୁପତା ଜିଲ୍ଲା ପରିଷଦ ସ୍କୁଲ ପରିସରରୁ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନରେ ଶେଗାଁବ ପହଞ୍ଚିଛି। ଶେଗାଁବରେ ରାହୁଲ ଗାନ୍ଧି ପ୍ରଶିଦ୍ଧ ସନ୍ଥ ଗଜାନନ ମହାରାଜ ମନ୍ଦିର ପରିଦର୍ଶନରେ ଯିବେ। ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡ ଯାତ୍ରା କାଳରେ ରାହୁଲ ଗାନ୍ଧି ସାଭରକରଙ୍କ ଉପରେ ପ୍ରଶ୍ନ କରିଥିଲେ। ମଙ୍ଗଳବାର ୱାସିମ ଜିଲ୍ଲାରେ ଅନୁଷ୍ଠିତ ରାଲିକୁ ସମ୍ବୋଦ୍ଧିତ କରି ରାହୁଲ ସାଭରକରଙ୍କୁ ବିଜେପି ଓ ଜାତୀୟ ସ୍ୱୟଂ ସେବକ ସଂଘର ପ୍ରତୀକ ବୋଲି କହିଥିଲେ।

ଦେଶରେ ଇଂରେଜ ଶାସନ କାଳରେ ଇଂରେଜଙ୍କ ବିରୋଧରେ ସଂଗ୍ରାମ ଲାଗି ସାଭରକରଙ୍କୁ ଆଣ୍ଡାମାନରେ ୨-୩ବର୍ଷ ଜେଲଦଣ୍ଡ ହୋଇଥିଲା। ଏଥିରୁ ବର୍ତ୍ତିବା ଲାଗି ସାଭରକର ଇଂରେଜଙ୍କୁ ଦୟା ନିବେଦନ ଲେଖିବା ଆରମ୍ଭ କରିଥିଲେ। ସେ ଇଂରେଜଙ୍କ ଠାରୁ ପେନସନ ନେଉଥିଲେ ବୋଲି ରାହୁଲ କହିଥିଲେ। ବଦଳରେ ସେ ଇଂରେଜଙ୍କ ଲାଗି କଂଗ୍ରେସ ବିରୋଧରେ କାର୍ଯ୍ୟ କରୁଥିଲେ ବୋଲି କହିଥିଲେ ରାହୁଲ। ଅପରପଟେ ଆଦିବାସୀ ନେତା ବିରଶା ମୁଣ୍ଡା ଇଂରେଜଙ୍କ ବିରୋଧରେ ଲଢିଥିଲେ। ତେବେ ଆଜିକାଲି ତାଙ୍କ ବିଚାର ଧାରା ଉପରେ ବିଜେପି ଓ ଆରଏସଏସ ନିଜର ଦାବି କରୁଛନ୍ତି ବୋଲି କହିଥିଲେ।

SBI_Festive_Digital Billboard