ଭାରତର ଏହି ସ୍ଥାନରେ କୁକୁଡ଼ା ଦିଅନ୍ତି ସବୁଜ ରଙ୍ଗର ଅଣ୍ଡା କେଶର

ସବୁଜ ରଙ୍ଗର ଅଣ୍ଡା କେଶର । ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କେରଳର ଜଣେ ବ୍ୟକ୍ତିଙ୍କ ପାଖରେ ଏଭଳି କୁକୁଡ଼ା ଅଛନ୍ତି ଯେଉଁମାନେ ସବୁଜ ରଙ୍ଗର କେଶର ଥିବା ଅଣ୍ଡା ଦିଅନ୍ତି । ନିକଟରେ କେରଳର ଏକ କୁକୁଡ଼ା ଫାର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ କୁକୁଡ଼ାମାନଙ୍କର ଅଣ୍ଡାର କେଶର ସବୁଜ ରଙ୍ଗର ଦେଖିବାକୁ ମିଳିଛି । କେରଳର ମଲାପୁରମରେ ରୁହନ୍ତି ଶାହାବୁଦ୍ଦିନ । ତାଙ୍କର କୁକୁଡ଼ା ଫାର୍ମରେ ସାତୋଟି କୁକୁଡ଼ା ଥିବାବେଳେ ଏମାନେ ଦେଉଥିବା ଅଣ୍ଡାରେ ସବୁଜ ରଙ୍ଗର କେଶର ଦେଖିବାକୁ ମିଳିଥାଏ ।

ବଡ କଥା ହେଉଛି ଯେ ସବୁଜ ରଙ୍ଗର କେଶର ହୋଇଥିଲେ ବି ଅନ୍ୟ ଅଣ୍ଡର କେଶର ଭଳି ଏହାର ସ୍ୱାଦରେ କୌଣସି ପାର୍ଥକ୍ୟ ନାହିଁ । ଏଭଳି ଅଣ୍ଡା ଦେଖି ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେରଳ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଶାହାବୁଦ୍ଦିନଙ୍କ କୁକୁଡ଼ା ଫାର୍ମରେ ପହଞ୍ଚିଥିଲେ। ସେଠାରୁ କୁକୁଡ଼ା ଏବଂ ଅଣ୍ଡା ଅଧ୍ୟୟନ ପାଇଁ ନିଆଯାଇଥିଲା । ଅନୁଧ୍ୟାନ ପରେ ବିଶେଷଜ୍ଞ ଜାଣିବାକୁ ପାଇଛନ୍ତି ଯେ ସବୁଜ ରଙ୍ଗର ଅଣ୍ଡା ପଛରେ କୌଣସି ଜିନ ଗତ ତ୍ରୁଟି ନାହିଁ

ବରଂ କୁକୁଡ଼ାଙ୍କୁ ଦିଆଯାଉଥିବା ଖାଦ୍ୟ କାରଣରୁ କେଶରର ରଙ୍ଗ ଏଭଳି ହେଉଛି । କାରଣ ଅଧ୍ୟୟନ ସାୟାରେ ଯେତେବେଳେ ଏହି କୁକୁଡ଼ାମାନଙ୍କୁ ଅଲଗା ଖାଦ୍ୟ ଦିଆଯାଇଥିଲା କୁକୁଡ଼ାଙ୍କ କେଶର ରଙ୍ଗ ହଳଦିଆ ହିଁ ହୋଇଥିଲା । ଶାହାବୁଦ୍ଦିନ କହିଛନ୍ତି ଯେ କୁକୁଡ଼ାମାନେ ତାଙ୍କ ଘର ପଛରେ ବଢୁଥିବା ଘାସ ହିଁ ଖାଆନ୍ତି । ତେବେ ଏହି ଖାସ ଅଣ୍ଡା ପାଇଁ ଏବେ ଶାହାବୁଦ୍ଦିନଙ୍କ ପାଖରେ ଲୋକଙ୍କର ଗହଳି ଦେଖିବାକୁ ମିଳୁଛି ।