କସାରଗୋଡ, ୨୭/୭ : କେରଳର କସାରଗୋଡ ଜିଲ୍ଲାର ଚେଙ୍ଗାଲା ପଞ୍ଚାୟତରେ ଏକ ବିବାହ ଭୋଜିରେ ଯୋଗ ଦେଇଥିବା ୪୩ ଜଣ ଅତିଥି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ଭୋଜିରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପରିକି ନବବଧୂ ଓ ବରଙ୍କ ମଧ୍ୟ କରୋନା ଟେଷ୍ଟ ପଜିଟିଭ୍ ଆସିଛି ।
ଜିଲ୍ଲାପାଳ ସଜିତ ବାବୁଙ୍କ କହିବାନୁସାରେ, ଗତ ୨୭ ତାରିଖରେ ଚେଙ୍ଗାଲା ପଞ୍ଚାୟତରେ ଏହି ବିବାହ ଭୋଜି ଆୟୋଜିତ ହୋଇଥିଲା । ବିବାହର କିଛି ଦିନ ପରେ ବର ଓ କନ୍ୟା ଉଭୟ କରୋନେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଭୋଜିରେ ୫୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟରେ ୪୧ଜଣଙ୍କ କରୋନା ପଜିଟିଭ୍ ଆସିଥିଲା ।
ତେବେ କେଉଁ କାରଣରୁ ସଂକ୍ରମଣ ବ୍ୟାପିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ କୌଣସି ସଂକ୍ରମିତ ପରିବାର ବିବାହରେ ଯୋଗ ଦେବା ପରେ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି । ପ୍ରାୟ ୪୩ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟାମନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି ।
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଖିଲାପ କରିବା ଅଭିଯୋଗରେ ବର ପକ୍ଷଙ୍କ ଉପରେ ୧୦ ହଜାର ଟଙ୍କା ଫାଇନ୍ ଲଗାଯାଇଛି । ଏହାସହ ଲୋକଙ୍କୁ କୌଣସି ଜନଗହଳି ସ୍ଥାନରେ ଯୋଗ ନଦେବାକୁ ପରାମର୍ଶ ଦିଆଯାଇଛି ।