ଭୁବନେଶ୍ୱର,୧୭/୧୦ : ଏକାଦଶ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଏନେଇ ବିଭାଗୀୟ ସଚିବ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ପ୍ରଥମ ଦିନ ଇଣ୍ଡକ୍ସନ ସେସନର ବ୍ୟବସ୍ଥା ହେବ। ଇଣ୍ଡକ୍ସନ ସେସନରରେ ନୂଆ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ସୋମବାର ଠାରୁ ଶୁକ୍ରବାର ଯାଏଁ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ହେବ। ପିଲାଙ୍କୁ ୟୁଟ୍ୟୁବ୍ ଚ୍ୟାନେଲର ଲିଙ୍କ ଯୋଗାଇ ଦିଆଯିବ। ଏକାଦଶ ପାଠ ବୁଝିବା ପାଇଁ ଦଶମ ଶ୍ରେଣୀ ପାଠର ବି ଅବଗତ କରାଯିବ।
ଆସନ୍ତା ୨୧ ତାରିଖ ଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ। ସରକାରଙ୍କ କୋଭିଡ୍ କଟକଣା ସହ ପିଲା ମାନଙ୍କର କ୍ଲାସ ଚାଲିବ ଓ ହଷ୍ଟେଲ ପରିଚାଳନା ହେବ।