ଅହମଦାବାଦ, ୪/୧୧ : ଗୁଜରାଟ ଅହମଦାବାଦର ପିରାନା-ପିପ୍ଲାଜ ରୋଡ଼ ସ୍ଥିତ ଏକ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଅଧିକାରୀ ଜୟେଷୁ ଖାଦିୟା କହିଛନ୍ତି ଯେ ଭଙ୍ଗ ଗୋଦାମ ତଳୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କୁ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକାରୀ କହିଛନ୍ତି ଯେ ଗୋଦାମରେ ଭୀଷଣ ନିଆଁ ଲାଗିଥିଲା ଯେଉଁଥିପାଇଁ ଭିତରେ ଫସି ରହିଥିବା ଲୋକେ ବାହାରକୁ ବାହାରି ପାରିନଥିଲେ। ଆଖପାଖ ଲୋକ ଅଗ୍ନିଶମ ବିଭାଗକୁ ଫୋନ କରି ସୂଚନା ଦେଇଥିଲେ। ଏହାପରେ ୨୪ଟି ଦମକଳ ଓ ୫୦ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି।