ଭୁବନେଶ୍ୱର,୨୫ /୯: (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର କଳ୍ପନା ଛକ ନିକଟରେ ବନ୍ଧୁକ ଡିଲ୍ ଚାଲିଥିବା ବେଳେ ଶୁକ୍ରବାର ଏସଟିଏଫ୍ ପକ୍ଷରୁ ଚଢାଉ କରାଯାଇ ୩ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ମହିଳା ସହଯୋଗୀ ମଧ୍ୟ ରହିଛନ୍ତି। ଗିରଫ ୩ ଜଣ ଅଭିଯୁକ୍ତ ମଧ୍ୟରୁ ମହିଳାଙ୍କ ଘର ନିମାପଡ଼ା ହୋଇଥଇବା ବେଳେ ୨ ପୁରୁଷ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି ।



ସୂଚନା ଅନୁଯାୟୀ, କାରରେ ବନ୍ଧୁକ ଡିଲ୍ ପାଇଁ ଆସିଥିବା ବେଳେ କଳ୍ପନା ଛକରୁ ଏସଟିଏଫ୍ ୩ଜଣଙ୍କୁ ଧରିଛି। ଘଟଣା ସ୍ଥଳରୁ ଏସଟିଏଫ୍ ଏକ ସ୍କର୍ପିଓ ଗାଡ଼ି ୪ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମଏମ ପିସ୍ତଲ, ଏଟିଏମ୍ କାର୍ଡ ଆଦି ଜବତ କରିଛି। ବନ୍ଧୁକ ବିକ୍ରି କରିବାକୁ ଆସିବା ସମୟରେ କ୍ରାଇମବ୍ରାଞ୍ଚ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ଓ ବଡ଼ଗଡ଼ ପୁଲିସ ମିଳିତ ଚଢାଉ କରି ଏମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଏହି ବନ୍ଧୁକ ଡିଲ ପଛରେ କେଉଁ ରାକେଟ୍ କାମ କରୁଛି କେଉଁ ସ୍ଥାନରୁ ଏମାନେ ବନ୍ଧୁକ ଆଣି ବିକ୍ରି କରୁଥିଲେ ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।