ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା ହାଇଓ୍ୱା, ଜଣକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ୨ ଏବେବି ନିଖୋଜ

ଝାରସୁଗୁଡା, ୮/୯ : ଝାରସୁଗୁଡା ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ପଡିଛି । ଫଳରେ ଏଥିରେ ଥିବା ତିନି ଜଣଙ୍କ ମଧରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି ।

ସୂଚନାନୁସାରେ, ରଂଫେଲ୍ ବ୍ରିଜ ଦେଇ ଏକ ହାଇଓ୍ୱା ଆସୁଥିଲା । ହଠାତ୍ ହାଇଓ୍ୱାଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଏଥିରେ ଥିବା ୩ ଜଣ ଇବ୍ ନଦୀରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା।