ହରିଦାସପୁର-ପାରାଦ୍ବୀପ ରେଳ ଚଳାଚଳା ପାଇଁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୮/୭: ହରିଦାସପୁର ଓ ପାରାଦୀପ ମଧ୍ୟରେ ରେଳ ଚଳାଚଳ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ୮୨ କିଲୋମିଟର ବିଶିଷ୍ଟ ଏହି ରେଳପଥ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇଛି। ହରିଦାସପୁର-ପାରାଦ୍ବୀପ ରେଲପଥ ରେଳଲାଇନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଛନ୍ତି। ରାଜ୍ୟବାସୀଙ୍କ ସ୍ବପ୍ନ ହେଉଛି ଏହି ରୁଟ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚାଲିବା । ଆସନ୍ତା ଅଗଷ୍ଟ ମାସରୁ ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।