ଏସିଆ କପ ହକି : ଜାପାନ ଠାରୁ ଜିତିଲା ଭାରତ

ନୂଆଦିଲ୍ଲୀ, ୦୧/୦୯ : ଏସିଆ କପ ହକିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ଚାଇନା ଠାରୁ ୪-୩ରେ ଜିତିଥିବା ଭାରତ ଆଜି ଜାପାନକୁ ୩-୨ରେ ହରାଇ ଦେଇଛି। ଜାପାନ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଛି। ବିଶେଷ କରି ଶେଷ କ୍ୱାର୍ଟରରେ ଜାପାନର ଘନଘନ ଆକ୍ରମଣକୁ ଭାରତ ବେଶ କଷ୍ଟ କରି ଅଟକାଇବାକୁ ସକ୍ଷମ ହେବାରୁ ବିଜୟ ସ୍ୱାଦ ଚାଖିଛି। ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ (୫ମ ଓ ୪୫ମିନିଟ) ସ୍କୋର କରିଥିବା ବେଳେ ମନପ୍ରୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି। ଜାପାନ ପକ୍ଷରୁ ୨ଟି ଯାକ ଗୋଲ କୋସେଇ କାୱାବେଙ୍କ ଷ୍ଟିକରୁ ବାହାରିଛି। ଭାରତ ପାଇଁ ମନପ୍ରୀତ ଫିଲ୍ମ ଗୋଲ କରିଥିବା ବେଳେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ବଳରେ ୨ଟି ଯାକ ଗୋଲ ଦେଇଛନ୍ତି। ତେବେ ଜାପାନ ପାଇଁ କୋସେଇ ୨ଟି ଫିଲ୍ଡ ଗୋଲ ସ୍କୋର କରି ନିଜ ଯାଦବୁ ଦେଖାଇଛନ୍ତି। ଜାପାନ ବିରୋଧରେ ହରମନପ୍ରୀତ ସିଂହଙ୍କ ଦଳ ବଡ଼ ବିଜୟ ହାସଲ କରିବ। ହେଲେ ଜାପାନ ସବୁ କିଛି ବଦଳାଇ ଆକ୍ରମଣ କରି ଦେଇଥିଲା। ୨୩ତମ ମିନିଟରେ ଫାଉଲ ପାଇଁ ଅମିତ ରୋହିଦାସ ଗ୍ରୀନ କାର୍ଡ ପାଇଥିଲେ। ତାଙ୍କୁ ପଡ଼ିଆ ବାହାରକୁ ୨ ମିନିଟ ପାଇଁ ଯିବାକୁ ପଡ଼ିଥିଲା। ଏତିକି ବେଳେ ଜାପାନକୁ କ୍ରମାଗତ ୪ଟି ପିସି ମିଳିଥିଲା। ହେଲେ ଭାରତୀୟ ଗୋଲକିପର ଓ ଡିଫେଣ୍ଡର କମାଲ କରିଥିଲେ। ଜାପାନ କୌଣସି ଗୋଲ କରିପାରି ନଥିଲା। ହାଫ ଟାଇମ ସୁଦ୍ଧା ସ୍ଥିତି ଭାରତ ସପକ୍ଷରେ ୨-୦ରେ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତ ବେଶୀ ଡିଫେନସିଭ ହୋଇଯାଇଥିଲା। ଏହାର ଫାଇଦା ଉଠାଇଥିଲା ଜାପାନ। ରକ୍ଷଣ ବିଭାଗକୁ ଭେଦ କରି ଜାପାନ ଖେଳାଳି ଭାରତର ଡି’ ଭିତରେ ପଶିଥିଲେ। ଏଥିସହ କୋସେଇ ବେଶ ଚମତ୍କାର ଢଙ୍ଗରେ ମ୍ୟାଚ୍‌ର ୩୮ତମ ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହି କ୍ୱାର୍ଟର ଶେଷ ମୁହୂର୍ତ୍ତରେ ଟ୍ୱିଷ୍ଟ ଆସିଥିଲା। ଭାରତକୁ ମିଳିଥିଲା ପିସି। ଏହାକୁ ହରମନପ୍ରୀତ ଗୋଲରେ ପରିଣତ କରି ଦେଇଥିଲେ। ବାସ୍‌ ସ୍ଥିତି ୩-୧ ହୋଇ ଯାଇଥିଲା। ଶେଷ ୧୫ ମିନିଟ ବା ଶେଷ କ୍ୱାର୍ଟରରେ ଭାରତ ଆଉ କିଛି ଗୋଲ କରିବ ବୋଲି ଆଶା କରାଯାଇଥିଲା। ଓଡ଼ିଶାର ଶିଳାନନ୍ଦ ଲାକ୍ରା ଘନଘନ ଆକ୍ରମଣ କରି ଜାପାନର ଡି’ ଭିତରେ ମଧ୍ୟ ପଶୁଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଭାରତୀୟ ଖେଳାଳିଙ୍କ ତ୍ରୁଟି ଯୋଗୁ ଗୋଲ ହୋଇପାରୁ ନଥିଲା। ମ୍ୟାଚ୍‌ ସରିବାକୁ ୨ ମିନିଟରୁ କମ ସମୟ ଥିବା ବେଳେ ଜାପାନ ଆଟକା କରିଥିଲା।

SBI_Festive_Digital Billboard