ଆମ କର୍ମୀମାନେ ଛେପ ପକାଇଲେ ଭାସିଯିବ ବାଘେଲ ସରକାର : ଡୀ.ପୁରନ୍ଦେଶ୍ୱରୀ

ବସ୍ତର,୩/୯ : ଓଡ଼ିଶା ଓ ଛତିଶଗଡ ବିଜେପିର ରାଜ୍ୟ ଦାୟିତ୍ୱରେ ଥିବା ଡି.ପୁରନ୍ଦେଶ୍ୱରୀଙ୍କ ବିବାଦୀୟ ବୟାନଙ୍କ ସବୁଠି ହଟଚମଟ । ଛତିଶଗଡର ବସ୍ତରରେ ବିଜେପିର ଚିନ୍ତନ ଶିବିରରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ତାଙ୍କ ମନ୍ତ୍ରିମଣ୍ଡଳକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ପୁରନ୍ଦେଶ୍ୱରୀ ଏମିତି କହିଛନ୍ତି ଯେ ଯଦି ଆମ କର୍ମୀମାନେ ଛେପ ପକାଇବେ ।

ସେହି ଛେପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଏଥିରେ ଭାସିଯିବେ । ଗତକାଲି ବସ୍ତରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଛତିଶଗଡ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ କହିଛନ୍ତି ବାଘେଲ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ‘ମୁଁ ଆପଣଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିବେଦନ କରୁଛି । ଆପଣମାନଙ୍କର କଠିନ ପରିଶ୍ରମ ଯୋଗୁଁ ବିଜେପି ୨୦୨୩ ରେ କ୍ଷମତାକୁ ଆସିବ । ଆଉ ଯେତେବେଳେ ଆପଣ ପଛକୁ ବୁଲି ଛେପ ପକାଇବେ ।

ସେତେବେଳେ ଭୁପେଶ ବାଘେଲ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଏଥିରେ ଭାସିଯିବ । ସେ କହିଛନ୍ତି ଯେ କର୍ମୀମାନେ ବିଜେପିର ମେରୁଦଣ୍ଡ । ମଞ୍ଚରେ ଭାଷଣ ଦେଉଥିବା ତାଙ୍କ ଭଳି ନେତାମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କର୍ମୀଙ୍କ କଠିନ ପରିଶ୍ରମ ହେତୁ ସେମାନେ ସେହି ସ୍ଥାନରେ ପହଞ୍ଚିଛନ୍ତି । ବିଜେପି କ୍ଷମତାରେ ଥିବାବେଳେ ତାଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଥିଲେ । ୨୦୧୮ ଶେଷବେଳକୁ କଂଗ୍ରେସ କ୍ଷମତାକୁ ଆସିବା ପରେ ପ୍ରାୟ ୫୦୦ କୃଷକ ଆତ୍ମହତ୍ୟା କରିସାରିଲେଣି ବୋଲି କହିଛନ୍ତି ପୁରନ୍ଦେଶ୍ବରୀ ।