ପୁରୀ : ଧର୍ମ ମାସ କାର୍ତ୍ତିକର ହବିଷ୍ୟାଳୀ ବ୍ରତ ଓଡ଼ିଆ ଧର୍ମୀୟ ଭାବନାକୁ ଋଦ୍ଧିମନ୍ତ କରିଛି।ଏହା ନିଷ୍ଠା ଓ ସମର୍ପଣର ପ୍ରତୀକ। ମା’ ମାନଙ୍କର ପୂଣ୍ୟ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଚାଲିଥିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଆଜି ଅପରାହ୍ନ ରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ କାର୍ତ୍ତିକ ବ୍ରତ ୨୦୨୫ର ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କଷ୍ଟରେ କୃଷ୍ଣ ପ୍ରାପ୍ତି ହୁଏ ର ବାକ୍ୟ କୁ ମା ମାନେ ଅନୁପାଳନ କରିଛନ୍ତି ଏହି ହବିଷ୍ୟାଳୀ ମାସରେ।ଗୋଟିଏ ବେଳା ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ନିକଟରେ ନିଜ କୁ ସମର୍ପଣ କରି ସେମାନେ ଅଶେଷ ପୂଣ୍ୟ ଅର୍ଜନ କରୁଛନ୍ତି।ନିଜ ଜେଜେ, ଜେଜେ ମା ଙ୍କ ସମ୍ପର୍କରେ ମତ ଦେଇ ସେମାନେ କିପରି ହବିଷ ବ୍ରତ କରୁଥିଲେ ଓ ତାହା କିପରି ପରିବାର ଉପରେ ସକରାତ୍ମକ ପ୍ରଭାବ ପକାଉଥିଲା ସେ ସମ୍ପର୍କରେ ସେ ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଯେପରି ମା’ ମାନଙ୍କର ଏହି ଏକ ମାସର ରହଣୀକୁ ଶୃଙ୍ଖଳା, ସୁସ୍ଥ ଓ ସୁରକ୍ଷିତ ଭାବେ କରାଯିବ।ପ୍ରଶାସନ ଏ ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଏତେ ବଡ କାର୍ଯ୍ୟରେ କେଉଁଠାରେ ଛୋଟ ଛୋଟ ତୃଟି ଦେଖିଲେ ତାହାର ସମାଧାନ ପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନୁରୋଧ କରିବା ସହ ଆଗାମୀ ପିଢି ମା ମାନଙ୍କ ଏହି ବ୍ରତ ଦ୍ୱାରା ଅନୁପ୍ରାଣିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜ ବୈଶାଖ ରେ ଜଳଦାନ,ମାଘରେ ସ୍ନାହାନ ଓ କାର୍ତ୍ତିକ ରେ ଦୀପଦାନ ଶ୍ରେଷ୍ଠ ପୂଣ୍ୟ।ମା ମାନଙ୍କ ହବିଷ ବ୍ରତ ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ୩ କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି ଯାହା ଗତବର୍ଷ ଅପେକ୍ଷା ୭୦ ଲକ୍ଷ ଟଙ୍କା ଅଧିକ।ତେବେ ମା ମାନଙ୍କ ତ୍ୟାଗ ଓ ଆଶୀର୍ବାଦ ଆଗରେ ଏ ଅର୍ଥ କିଛି ନୁହେଁ ବୋଲି ସେ ମତ ଦେଇ କାର୍ତ୍ତିକ ମାସ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ହବିଷ୍ୟାଳୀ ମା ମାନଙ୍କର ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ଏକ ମାସର ପୂଣ୍ୟ ଓ ସମର୍ପଣ ସମଗ୍ର ଓଡିଶା ବାସୀ ଙ୍କ ଉନ୍ନତି,ଶାନ୍ତି ଓ ପ୍ରଗତିରେ ସହାୟକ ହେବ ବୋଲି କହିଥିଲେ।
