ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତ କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ଦଳ ପକ୍ଷରୁ ଆଜି ତାଙ୍କର ସ୍ୱାସ୍ଥ୍ୟ ଅପଡେଟ ଆସିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜୁନ୍ ୧୨ରେ ସୋନିଆ ଗାନ୍ଧୀଙ୍କ ନାକରୁ ରକ୍ତ ବାହାରିଥିଲା, ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୋନିଆ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସୋନିଆ ଗାନ୍ଧୀଙ୍କ ଶ୍ୱାସନଳୀରେ ‘fungal infection’ହୋଇଥିବା ଜଣାପଡିଛି ।
କଂଗ୍ରେସ ତରଫରୁ ମହାସଚିବ ଜୟରାମ ରମେଶ ସୋନିଆ ଗାନ୍ଧୀଙ୍କ ହେଲ୍ଥ ଅପ୍ଡେଟ ଜାରି କରିଛନ୍ତି। ସେ କହିଛନ୍ତି, ସୋନିଆ କରୋନାର ଶିକାର ହୋଇଥିଲେ। ଜୁନ୍ ୧୨ରେ ତାଙ୍କ ନାକରୁ ରକ୍ତ ପଡ଼ିଥିଲା। ଏହାପରେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅନ୍ୟପଟେ ଚଳିତ ମାସ ୨୩ ତାରିଖରେ ସୋନିଆଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବାକୁ ନୋଟିସ ଦିଆଯାଇଛି । ସୋନିଆ ଗାନ୍ଧୀଙ୍କୁ ଏହା ପୁର୍ବରୁ ଜୁନ୍ ୮ ତାରିଖରେ ଇଡି ନିକଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ହେବା କାରଣରୁ ତାଙ୍କୁ ହାଜର ହେବାକୁ ଆଉ ଏକ ନୂଆ ତାରିଖ ଇଡିକୁ ଜଣାଇଥିଲେ ।