ସରକାରୀ ଅଧିକାରୀ ଦେଖିବେ ଓଡ଼ିଆ ସିନେମା ‘ଦମନ’ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର,୨୪/୧୧: ଓଡ଼ିଆ ସିନେମା ‘ଦମନ’କୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ‘ଦମନ’ ଦେଖିବେ। ଏଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଏହି ଚିଠିରେ କୁହାଯାଇଛି।
ଜିଲ୍ଲା ଓ ସବ ଡିଭିଜନସ୍ତରରେ ସରକାରୀ ଖର୍ଚ୍ଚରେ ଏହି ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏଥିପାଇଁ ସିନେମା ହଲରେ ସ୍ବତନ୍ତ୍ର ସୋ ଆୟୋଜିତ ହେବ।

ମ୍ୟାଲେରିଆର ବିଲୋପ ପାଇଁ ଓଡ଼ିଶା ସରକାରଙ୍କ ଯୋଜନା ଉପରେ ଆଧାରିତ ‘ଦମନ’ ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକାରଣ । ବିଶେଷ ସ୍କ୍ରିନିଂ ପାଇଁ ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବୃଦ୍ଧିକରିବାକୁ ଉତ୍ସାହିତ କରିବା ବୋଲି କୁହାଯାଇଛି।

ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

SBI_Festive_Digital Billboard