ପୀତବାସ ପଣ୍ଡା ହତ୍ୟା ମାମଲା : ବିକ୍ରମ ପଣ୍ଡାଙ୍କ ଡିସଚାର୍ଜ ପିଟିସନ ଉପରେ ଆଜି ଶୁଣାଣି

ଭୁବନେଶ୍ୱର, ୦୯/୦୬ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଦିନ । ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିକ୍ରମଙ୍କ ଡିସଚାର୍ଜ ପିଟିସନ ନେଇ ଆଜି ଶୁଣାଣି ରହିଛି । ଗତକାଲି ଅଭିଯୁକ୍ତ ସୁନୀଲ ହୋତାଙ୍କ ପିଟିସନର ଶୁଣାଣି ହୋଇଥିବା ବେଳେ ଆଜି ବିକ୍ରମଙ୍କ ପାଳି ପଡ଼ିବ ।