ଗରିବ ପିଲାଙ୍କୁ ମାଗଣାରେ ମିଳିବ ହୃଦରୋଗ ଚିକିତ୍ସା : ରାଜ୍ୟ ସରକାର

ଭୁବନେଶ୍ୱର,୧୯ /୧୧: ଅହମଦାବାଦର ସତ୍ୟ ସାଇ ହାର୍ଟ ହସ୍ପିଟାଲରେ ଆସନ୍ତା ୨ ବର୍ଷ ପାଇଁ ଓଡ଼ିଶାର ଗରିବ ଏବଂ ଅଭାବୀ ପିଲାମାନଙ୍କୁ ମାଗଣା ହୃଦରୋଗ ଚିକିତ୍ସା ସେବା ଦିଆଯିବା ପାଇଁ ଓଡ଼ିଶା ସରକାର ଆଜି ପ୍ରଶାନ୍ତି ମେଡିକାଲ ସର୍ଭିସେସ୍‌ ଏବଂ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍ ବିନୀତ ସରନ୍‌, ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍‌, ଓଡ଼ିଶାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.‌ ଜାଭେରୀ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୮ରେ ହୃଦରୋଗରେ ପୀଡ଼ିତ ଓଡିଶାର ପିଲାମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବା ପାଇଁ ଏହି ଡାକ୍ତରଖାନା ସହ ଚୁକ୍ତି ହୋଇଥିଲା । ଚୁକ୍ତିନାମା ଅନୁଯାୟୀ, ଅସୁସ୍ଥ ଶିଶୁମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ବାକି ସମସ୍ତ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆଯିବ । ଅଦ୍ୟାବଧି, ୧୦୧୯ ପିଲା ହୃଦରୋଗର ଅସ୍ତ୍ରୋପଚାର କରିଛନ୍ତି ଏବଂ ସେମାନେ ହୃଦଘାତରୁ ଆରୋଗ୍ୟ ହୋଇଛନ୍ତି।