ହାଇଦ୍ରାବାଦ୍‌ରେ ବର୍ଷାର ତାଣ୍ଡବ: ରାସ୍ତାରେ ବନ୍ୟା, ୧୧ ମୃତ

ହାଇଦ୍ରାବାଦ୍‌, ୧୪/୧୦ : ପ୍ରବଳ ବର୍ଷା ଯୋଗୁଁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଭୂସ୍ଖଳନ ଘଟିଛି । ବର୍ଷା ହେତୁ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରି ପରିଣତ ହୋଇଛି। ଗତ ଦୁଇ ଦିନ ହେଲା ତେଲେଙ୍ଗାନା ଲଗାତାର ବର୍ଷା ଜାରିରହିଛି। ରାଜ୍ୟର ତଳିଆ ଅଞ୍ଚଳରେ ରାସ୍ତାଗୁଡ଼ିକ ବୁଡ଼ି ଯାଇଛି। ଲୋକେ ନାହିଁ ନଥିବା କଷ୍ଟ ଅନୁଭବ କରୁଛନ୍ତି । ଏନଡିଆରଏଫ ଓ ଏସଡିଆରଏଫ ଟିମ ବିପନ୍ନ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ବର୍ଷା ହେତୁ ଓସମାନିଆ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିଛି। ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବଜ୍ରପାତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଥି ସହିତ ଅନେକ ସ୍ଥାନରେ ବର୍ଷା ହେତୁ ଦୁର୍ଘଟଣା ମଧ୍ୟ ଘଟିଛି। ଏପର୍ଯ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି।