ନୂଆଦିଲ୍ଲୀ, ୦୯/୦୮ : ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍, ରିଙ୍ଗ ରୋଡ୍, ଜିଟି କର୍ଣ୍ଣାଲ୍ ରୋଡ୍, ରୋହିଣୀ, ମଧୁବନ ଚୌକ୍, ଆନନ୍ଦ ବିହାର ଭଳି ଆହୁରି ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ଜାମ୍ ରହିଛି । ପ୍ରବଳ ବର୍ଷା ପାଇଁ ଜଳମଗ୍ନ ହୋଇଛି ସମଗ୍ର ଅଞ୍ଚଳ । ଅନ୍ୟପଟେ ହରିନଗର ଜଇତପୁରରେ କାନ୍ଥ ଭୁଶୁଡି ବଡ ଅଘଟଣ ଘଟିଛି । ରାତି ସାରା ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।