ନୂଆଦିଲ୍ଲୀ: ଆମେରିକା ଭଳି ଜାପାନ ମଧ୍ୟ ତୁଷାରପାତର ଶିକାର ହୋଇଛି । ତୁଷାରପାତ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଏହା ସହିତ ଅନେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ବିଫଳ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୀତ ଋତୁରେ ଜାପାନରେ ପ୍ରବଳ ତୁଷାରପାତ ସହିତ ଅଧିକ ବେଗରେ ପବନ ବହିବାରେ ଲାଗିଛି । ଯେଉଁଥିପାଇଁ ସାଧାରଣ ଜୀବନ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ତେବେ ଗତ ଏକ ସପ୍ତାହ ଧରି ଜାପାନର ଉତ୍ତର ଭାଗରେ ପ୍ରବଳ ତୁଷାରପାତ ହୋଇଛି । ଅଧିକାଂଶ ରାସ୍ତା ବରଫର ଏକ ଚାଦର ଦ୍ୱାରା ଆଚ୍ଛାଦିତ ହୋଇଯାଇଛି ଯେଉଁଥିପାଇଁ ଶହ ଶହ ଗାଡି ଅଟକି ରହିଛି । ଡେଲିଭରି ସେବା ମଧ୍ୟ ଗୁରୁତର ଭାବେ ବନ୍ଦ ହୋଇଛି । ଏନେଇ ଶନିବାର ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।